

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପଡିଆରେ ୭୨ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏହି ଏନସିସି ଦିବସ ପାଳନରେ ପେରେଟ କରାଯାଇଥିଲା । ଏଥିରେ ଭାଗ ନେଇଥିଲେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିପି, ମହିଳା ମହାବିଦ୍ୟାଳୟର ଏନସିପି, ନେଭେଲ୍, ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଏନସିପି ଦଳ । ଏନସିପି ଅଫିସର ଦାୟିତ୍ୱରେ ଥିବା ଡଃ. ବଜମହନ୍ ବେହେରା ପତକା ଉତ୍କଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଅନୁମତିରେ ପେରେଟ କରିଥିଲେ ଏନସିପି ଓ ନେଭେଲ୍ ର ୪ ଗୋଟି ଟିମ୍ । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଏନସିପି ଅଫିସର ଜଗନ୍ନାଥ ପଟ୍ଟନାୟକ ଓ ନେଭେଲ୍ ଅଫିସର ହରିହର ଦାସ ଉପସ୍ଥିତ ରହିଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା

