ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ଠାରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ପ୍ରେମରେ ରଙ୍ଗାନିତ ହୋଇ ୨୦୦ ମିଟର ଲମ୍ବର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ହିଞ୍ଜିଳିକାଟୁ ପ୍ରେସ କମ୍ପ୍ୟୁଟର ଏକାଡେମୀ ଏବଂ ସ୍ଥାନୀୟ ଯୁବକମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କରାଯାଇଥିଲା । ଏହାସହ ପ୍ରେସ ଏକାଡେମୀର କମ୍ପ୍ୟୁଟର ଶିକ୍ଷକ ବିକାଶ କୁମାର ମହାପାତ୍ରଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା