

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରୀ ସିଦ୍ଧି ବିନାୟକ ଅଟୋ ଏସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଠାରେ କୋଭିଡ୍ ଗାଇଡଲାଇନ ଅନୁସାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଏସୋସିଏସନର ଆଇନ ପରାମର୍ଶ ଦାତା ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ, ଏସୋସିଏସନର ସଭାପତି ଏସ.କାମେଶ୍ୱର ରେଡ୍ଡି, ଏସ୍.ସିମାଞ୍ଚଳ ରେଡ୍ଡି, ନର ଗୌଡ, ଅଶୋକ ମିଶ୍ର,ତ୍ରିନାଥ ରାଓ,ଦେବରାଜ ପଲାଇ ଓ ଦୁର୍ଯ୍ୟୋଧନ ଗୌଡ ପ୍ରମୁଖ ଅଂଶ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସ୍ୱାଧିନତା ଦିବସ ଉପରେ ଆଲୋକପାତ କରାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା