ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନରେ ପ୍ରାୟ ୬ହଜାର ୫ଶହ ପ୍ରବାସୀ ଓଡିଆ ସେମାନଙ୍କ ପଞ୍ଜିକରଣ କରି ଘର ବାହୁଡା ପାଇଁ ପ୍ରଚେଷ୍ଟା ଚାଲିଥିବା ବେଳେ ଅଦ୍ୟାବଧି ପ୍ରାୟ ୧୦୦ରୁ ଅଧିକ ବ୍ୟକ୍ତି ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରହିଛନ୍ତି । ସ୍ୱାବ ଟେଷ୍ଟ ନେଇ ଆଇନ୍ଗତ ଭାବେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ନେଇ ନାମ୍ପୋ କେନ୍ଦ୍ରରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬୩ ଜଣ ଓ ଲକ୍ଷ୍ମଣନାଥ କେନ୍ଦ୍ରରୁ ୧୨ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଫେରୁଥିବା ସମସ୍ତ ପ୍ରବାସୀଙ୍କ ସ୍ୱାବ ଟେଷ୍ଟ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ସଂପର୍କରେ ହାତୀଗଡସ୍ଥିତ ସିଏସ୍ସିର ସୁପରିଟେଣ୍ଡେଣ୍ଟ ଡା. ପ୍ରଭାସ ଚନ୍ଦ୍ର ନାୟକ କହିଛନ୍ତି । କିନ୍ତୁ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି ଏବଂ ରିପୋର୍ଟ ଶୀଘ୍ର ଆସିବାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା