![୮ ଜୁଲାଇରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା…](https://i0.wp.com/www.samrudhaodisha.com/wp-content/uploads/2019/06/images-1.jpg?fit=300%2C168&ssl=1)
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜୁଲାଇ ୮ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ୧୪ ତାରିଖରେ ଶେଷ ହେବ । କିନ୍ତୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ । ସକାଳ ୯ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମଶିଷ ହାଜରା ସୂଚନା ଦେଇଛନ୍ତି । ଚଳିତ ବର୍ଷର ମାଟ୍ରିକ ପାଶ ହାର ୭୦.୭୮% ରହିଥିଲା । ମୋଟ ଉପରେ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପାଶ କରିଥିଲେ । ଅପରପକ୍ଷରେ ୧ ଲକ୍ଷ ୬୩ ହଜାର ୮୫୪ ଜଣ ଫେଲ ହୋଇଥିଲେ । ଗ୍ରେଡ଼ ଏ ୧ରେ ୧୧୮୧, ଗ୍ରେଡ଼ ଏ୨ରେ ୯୯୩୮ ଜଣ, ବି୧ରେ ୨୪୯୫୧ ପାଶ କରିଥିଲେ । ୮୨ ସ୍କୁଲରେ ଜଣେ ହେଲେ ପାଶ କରିନଥିବାବେଳେ ୨୮୯ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ପାଶ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର