

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୯ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଗିରଫ ଅଭିଯୁକ୍ତ ଜଣକ ବଡ ବଜାର୍ ଥାନା, ଶ୍ରୀରାମ ନଗର ଅଞ୍ଚଳର ଥବିର ପାତ୍ର ବୋଲି ଜଣାଯାଇଛି l ଏହାସହ ଅଭିଯୋଗକାରୀ ସୀମାଞ୍ଚଳ ବେହେରାଙ୍କ ସମ୍ପର୍କୀୟ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ତଦନ୍ତରେ ସଫଳ ହୋଇଛି ବୋଲି କୁହାଯାଇଛି । ସୂଚନା ଅନୁଯାୟୀ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ସୀମାଞ୍ଚଳ ବେହେରା ହାଉସିଂ ବୋର୍ଡ ଛକରେ ଆକ୍ୟୁରିଅମ ସୋ ରୁମ୍ କରିଛନ୍ତି । ଆକ୍ୟୁରିଅମ୍ ହୋଲ୍ସେଲ୍ ବ୍ୟବସାୟ କରିବା ପାଇଁ ସେ ଜଣେ ସମ୍ପର୍କୀୟଙ୍କ ଠାରୁ ୯ଲକ୍ଷ ୪୦ହଜାର ଟଙ୍କା ମିଲିଟାରୀ ଲାଇନ୍ ଅଞ୍ଚଳରୁ ଗତକାଲି ରାତି ସାଢେ ୯ଟା ସମୟରେ ଆଣି, ଟଙ୍କାକୁ ସେ ହୋଣ୍ଡା ଆକ୍ଟିଭl ଡିକିରେ ରଖି ହାଉସିଂବୋର୍ଡ ଛକ ନିକଟକୁ ଆସିଥିଲେ । ସେଠାରେ ଏକ ଦୋକାନକୁ ଯାଇ ଆସିବା ବେଳେ ବାଇକ୍ ଡିକି ଖୋଲା ହୋଇଥିବା ବେଳେ ଗାଡି ମଧ୍ୟରେ ୯ଲକ୍ଷ ୪୦ ହଜାର ଟଙ୍କା ନଥିବା ଜାଣି, ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାର ତଦନ୍ତ କରି ପୋଲିସ ସଫଳ ହୋଇଥିବା ବେଳେ ଜନସାଧାରଣଙ୍କ ଅବହେଳା ଯୋଗୁ ଏପରି ଘଟଣାକୁ ଘଟୁଛି, ତେଣୁ ଜନସାଧାରଣ ଏଥିପ୍ରତି ସଜାଗ ରହିଵା ପାଇଁ ବ୍ରହ୍ମପୁର୍ ଏସ୍ପି ପିନାକ ମିଶ୍ର ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା