
ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ । ଲୋକସଭା ନିର୍ବାଚନରେ ଏନଡିଏର ସଫଳତା ପାଇଁ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମୋଦି ମଧ୍ୟ ରେଡ୍ଡୀଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ସହ ଜଗନ ନିଜ ରାଜ୍ୟର ଆର୍ଥିକ ସ୍ଥିତି ଓ କେନ୍ଦ୍ରରୁ ନିଜ ରାଜ୍ୟ ପାଇଁ ଆର୍ଥିକ ସହାୟତା ନେଇ ଆଲୋଚନା କରିଛନ୍ତି । ତେବେ ମେ ୩୦ ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜଗନ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ ସେ ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ବୋଲି ସୂଚନା ।