ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାଇଡବ୍ଲ୍ୟୁସିଏ ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି । ୱାଇଡବ୍ଲ୍ୟୁସିଏ (Ywca) ବ୍ରହ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ହିଲପାଟଣା ଠାରେ ମହିଳା ସମାବେଶ ସାଙ୍ଗରେ ଚାରିଟି ନିମନ୍ତେ “ଫନ ଆଣ୍ଡ ଫୂଡ଼ ବଜ଼ାର”ର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବହୁ ଜନ ସମାଗମ ହୋଇଥିଲା । ମହିଳା ଦିବସ ଉପଲକ୍ଷେ ଆଲୋଚନା ସଭାରେ ସଭାନେତ୍ରୀ ଲେନା ଚାନ୍ଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ୱାଇଡବ୍ଲ୍ୟୁସିଏ (Ywca) ସମାଜରେ ମହିଳା ମାନଙ୍କ ନିମନ୍ତେ ବିହୁବିଧ ମଙ୍ଗଳ କାର୍ଯ୍ୟ କରିଆସୁଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ନାରୀ ହସ୍ପିଟାଲର ଡ.ନୀଲାଙ୍ଗି, ମହାନସଂଘର ସଭାପତି ସୁଶାନ୍ତ କୁମାର ସାବତ, କିନ୍ନର ସଙ୍ଘର ସଭାନେତ୍ରୀ ସ୍ବୀଟି ରାଣୀ, ଇନେର ହୁଇଲ କ୍ଲୁବର ନେତ୍ରୀ ଶ୍ରୀମତୀ ଚିରଞ୍ଜୀବି, ସେବାର ସମ୍ପାଦିକା ଅଳକା ସାହୁ, ଏଚଏଚଆରସି (HHRC) ଟିମର ସଂସ୍ଥାପକ ରାଜେନ୍ଦ୍ର କୁମାର ପାତ୍ର, ବନ୍ଦିତା ଦାସ, ରଞ୍ଜନା ମିଶ୍ର, ସୁଦିପ ସାହୁ, ସସ୍ମିତା ସାହୁ ପ୍ରମୁଖ ଅତିଥିମାନେ ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ । ସଭାରେ ବୋର୍ଡ ସଦସ୍ୟା ରତ୍ନାମଣି କଟନ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇପ୍ସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଜ୍ୟକ୍ରମକୁ ଶାନ୍ତିନଳିନୀ, ଟ୍ୱିଙ୍କିଲ ଗମାଙ୍ଗ, କାହ୍ନୁ ରାଉତ ସଂଯୋଜନା କରିଥିଲେ । ସଂଗଠନରେ ଉତ୍ତମ ଓ ଦକ୍ଷ କାର୍ଯ୍ୟ ନିମନ୍ତେ ବୋର୍ଡ ସଦସ୍ୟା ଅର୍ଚନା ନାୟକ ଓ ଭାଗ୍ୟଶ୍ରୀ ମହାରଣାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭା ଶେଷର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରଥମ ୨୦ଜଣଙ୍କୁ ପରିସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର କୋଷାଧକ୍ଷା ରଶ୍ମିରେଖା ମହାନ୍ତି, ସୁନନ୍ଦା ମହାନ୍ତି, ପଦ୍ମିନୀ ପାତ୍ର, ସବିତା ମହାପାତ୍ର, ଏଲିଜେବେଥ ପ୍ରମୁଖ ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା