

ଛତ୍ରପୁର (ସମୃଦ୍ଧ ଓଡିଶା) ତାମ୍ପର ହ୍ରଦ ଠାରେ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରାଇବା ଲାଗି ଜିଲ୍ଲାପ୍ରଶାସନ ଓ ଅମରାବତୀ ବୋଟିଂ କ୍ଲବର ମିଳିତ ଅନୁକୁଲ୍ୟରେ ୱାଟର ସ୍ପୋର୍ଟସ କମପ୍ଲେକ୍ସ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଓ ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା ଉପସ୍ଥିତ ରହିଥିଲେ । ଏହାସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଓ ଏସପି ବ୍ରିଜେଶ କୁମାର ରାଏ ମିଳିତ ହୋଇ ଗ୍ରେଟ ବିଗ ମାର୍ବଲ ବୋର୍ଟର ବସି ଜଳକ୍ରୀଡାର ମଜା ଉଠାଇଥିଲେ । ସୂଚନାଯୋଗ୍ୟ ଯେ, ଅମରାବତୀ ବୋଡିଙ୍ଗ କ୍ଳବ ଓଡ଼ିଶାର ସରକାରଙ୍କ ସହିତ ଚୁକ୍ତିନାମ କରି ରାଜ୍ୟର ବରକୁଳ ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ତାମ୍ପରା ପର୍ଯ୍ୟଟନସ୍ଥଳୀରେ ଦ୍ଵିତୀୟ ୱାର୍ଟର ସ୍ପୋର୍ଟସ କମପ୍ଲେକ୍ସ ଭାବେ ପ୍ରତିଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାମ୍ପରା ଠାରେ ଏହିପରି ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ ଉଦଘାଟନ ହୋଇଥିବାରୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଥମେ ମୁଖ୍ୟମନ୍ତ୍ରୀ ନଵୀବ ପଟ୍ଟନାୟକ ଓ ଜିଲ୍ଲା ପ୍ରଶାସନ ଏବଂ ଏବିସି ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାର ସର୍ବଦା ପର୍ଯ୍ୟଟନର ବିକାଶ ନିମନ୍ତେ କାର୍ଯ୍ୟକ୍ରମ କରିଆସୁଛନ୍ତି । ବର୍ତ୍ତମାନ ତାମ୍ପରା ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ ଚାଲୁ ରହିଛି ବୋଲି ବିଧାୟକ କହିଥିଲେ । ରାଜ୍ୟର ଦ୍ଵିତୀୟ ୱାର୍ଟର ସ୍ପୋର୍ଟସ କମ୍ପ୍ଲେକ୍ସ ତାମ୍ପରା ଠାରେ ଉଦଘାଟିତ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ଖୁସି ଜାହିର କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । କେତେକ କାର୍ଯ୍ୟକ୍ରମ ସାରିଥିବା ବେଳେ ଆଉ କେତେକ କାର୍ଯ୍ୟ ଚାଲୁ ରହିଛି । ଏହାର ଏକ ଉଦାହରଣ ସ୍ପୋର୍ଟସ କମ୍ପ୍ଲେକ୍ସ । ଏହା ଦ୍ୱାରା ପର୍ଯ୍ୟଟକ ମାନେ ଜଳାଶ୍ରୟରେ ଡବଲ ସାଇଡ ବାନାନା ବୋଟ, ଗ୍ରେଟ ବିଗ ମୋବାଇଲ ସମେତ ୧୨ ପ୍ରକାର ଜଳକ୍ରୀଡା କରିପାରିବେ । ଏହାସହ ସ୍ୱଚ୍ଛ ତାମ୍ପରା କ୍ଲିନ ତାମ୍ପରାର ବାର୍ତ୍ତା ଦେଇଥିଲେ ଜିଲ୍ଲାପାଳ । ପ୍ଲାଷ୍ଟିକ ଓ ପଲିଥିନକୁ ନା କହିଥିଲେ । ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଯାଉଥିବାରୁ ମୋର ପଞ୍ଚାୟତ ତରଫରୁ ଆବଶ୍ୟକ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା କହିଥିଲେ । ଏହାସହ ପଞ୍ଚାୟତବାସୀଙ୍କୁ ରିହାତି ଦରରେ ଜଳକ୍ରୀଡା କରିବାକୁ ସେ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମରାବତୀ ବୋର୍ଟିଂ କ୍ଲବର ସିଇଓ ତରୁଣ କାକାନି, ଗୋ ରାଇଟ ଆଡ଼ଭଚର ରିସର୍ଟର ନିର୍ଦ୍ଦେଶକ ଶ୍ରୀଧର ରେଡ୍ଡୀ, ଅମରାବତୀ ବୋର୍ଟିଂ କ୍ଲବର ଅପେଟର ମୁଖ୍ୟ ଏମ.ସୁଧାକର, ହଲିଡେ ୱାଲଡ଼ ବ୍ରହ୍ମପୁର ମୁଖ୍ୟ ଜି. ଶ୍ରୀନିବାସ, ଶଙ୍କର ନେତ୍ରାଳୟର ଉପଦେଷ୍ଠା ବି ଶ୍ରୀନିବାସ ରାଓ, ହୁମରର ଗଜେନ୍ଦ୍ର ପଲାଇ, ପୂର୍ବତନ ସମିତି ସଭ୍ୟ ସାନୁ ସେଠିଙ୍କ ସମେତ ବହୁ ପର୍ଯ୍ୟଟକ ମାନେ ଉପସ୍ଥିତ ଥିଲେ । ଏହାସହ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟକ ମାନଙ୍କୁ ତାମ୍ପରା ପର୍ଯ୍ୟଟନସ୍ଥଳୀକୁ ଆଣିବା ନିମନ୍ତେ ଆନ୍ଧ୍ରର (ଟିଟିଏଏ) ସହ ଅମରାବତୀ ବୋର୍ଟିଂ କ୍ଲବର ଚୁକ୍ତି ନାମା ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






